ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ
ବ୍ରହ୍ମପୁର, ୧୩/୦୫ : ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ବାତିଲ ଘଟଣାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଜେପି ସରକାର ବିରୋଧରେ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ହୋଇଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ କଟୁ ସମାଲୋଚନା କରିଥିଲେ ଦଳୀୟ କର୍ମୀମାନେ।ପ୍ରତିବାଦ ସମୟରେ କର୍ମୀମାନେ ସ୍ଲୋଗାନ ଦେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସ୍ୱଚ୍ଛ ଓ ନିର୍ପେକ୍ଷ ପରୀକ୍ଷା ବ୍ୟବସ୍ଥା ଦାବି କରିଥିଲେ। ଏହି ଆନ୍ଦୋଳନରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଶୋଭନ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ଉପସଭାପତି ନିହାର ଶତପଥି, ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ମୋନଜ ଦୋରା, ବ୍ରହ୍ମପୁର ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସହ ବହୁ ବିଜୁ ପ୍ରେମୀ ଉପସ୍ଥିତ ରହି ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯଦି ସଠିକ ରୂପେ ଯାଞ୍ଚ ନହୋଇ ପ୍ରକୃତ ଡୋଶୀକୁ ଦଣ୍ଡ ଦିଆ ନଯାଏ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ।
