ନିର୍ବାଚନକୁ ବେନିୟମ ଦର୍ଶାଇ ବର୍ଜନ କରିବା ସହ ଅଦାଲତର ଆଶ୍ରୟ ନେବେ ସଂଘର କର୍ମକର୍ତ୍ତା


ବ୍ରହ୍ମପୁର,୦୮/୦୮/୨୬: ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘର ପ୍ରସ୍ତାବିତ ସାଧାରଣ ପରିଷଦ ବୈଠକ ଓ ନିର୍ବ।ଚନ ଆଜି ହେବାକୁ ଦିନ ଧାର୍ଯ୍ୟ ହୋଇଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଇତି ମଧ୍ୟରେ ସଂଘର ନିର୍ବ।ଚନ ସମ୍ପର୍କିତ ୪ଟି ଅଭିଯୋଗ ଗୋଷାଣୀନୂଆଗାଁ ଥାନାରେ ହୋଇସାରିଥିବା ବେଳେ ବିଭିନ୍ନ ପକ୍ଷଙ୍କୁ ନେଇ ଦୁଇଟି ପର୍ଯ୍ୟ।ୟରେ ଆଲୋଚନା ସରିଛି। ତଥାପି କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଫଳରେ ଆସନ୍ତା କାଲି ହେବାକୁ ଥିବା ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ କିଭଳି ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ଦ୍ବିତୀୟ ପର୍ଯ୍ୟ।ୟ ଆଲୋଚନାରେ ସଭାପତି ଅଶୋକ ସାହୁଙ୍କ ସମେତ ସମ୍ପାଦକ ତାରିଣୀ ଚରଣ ସାମନ୍ତରାୟ ଓ କୋଷାଧ୍ୟକ୍ଷ ରମଣୀ ରଂଜନ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଟାଉନ ଏସଡିପିଓ ଓ ଗୋଷାଣୀନୂଆଗାଁ ଥାନା ଅଧିକାରୀ ପ୍ରତାପ କୁମାର ଦାଶ ସମସ୍ତଙ୍କ ଯୁକ୍ତି ଓ ଆପତ୍ତି ଶୁଣିବା ପରେ ଏଥିରେ ପୁଲିସର ଭୂମିକା ନଥିବା ସ୍ପଷ୍ଟ କରିଥିଲେ। ନିଜ ନିଜର ଆପତ୍ତି ଓ ଅଭିଯୋଗକୁ ସେମାନେ ଓସିଏ ଅଥବା କୋର୍ଟରେ କରିପାରିବେ ଏବଂ କୋର୍ଟରୁ ଯଦି କିଛି ନିର୍ଦ୍ଦଶେ ଆସେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତେବେ ଆସନ୍ତା କାଲି ହେବାକୁ ଥିବା ନିର୍ବ।ଚନ ପାଇଁ ଯଦିଓ ସମ୍ପାଦକ ପୁଲିସ ମୁତୟନ ପାଇଁ ଆବେଦନ କରିଛନ୍ତି ତେବେ ଏଥିପାଇଁ ସେମାନେ ବ୍ରହ୍ମପୁର ଏସପିଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଥିଲା। ଅପରପକ୍ଷେ ନିର୍ବ।ଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ସହିତ ସିସିଟିଭି ସର୍ଭଲୋନ୍ସରେ ସବୁ କାର୍ଯ୍ୟକ୍ରମ କରିବାକୁ ଏସଡିପିଓ ପ୍ରିୟସ ରଂଜନ ଛୋଟରାୟ ସ୍ପଷ୍ଟ କରିଦେଇଛନ୍ତି। ଗତ ୪ତାରିଖରେ ସଂଘର ୧୧ଟି ପଦବୀ ମଧ୍ୟରୁ ୭ଟି ପଦବୀରେ ନାମାଙ୍କନ ଦାଖଲ ହୋଇଥିଲା। ୭ତାରିଖରେ ଚୂଡାନ୍ତ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଯେଉଥିରେ ସଭାପତି ପଦବୀରେ ଲକ୍ଷ୍ମୀ ପ୍ରସାଦ ବେହେରା, ଉପ ସଭାପତି ପଦବୀରେ ଦୁର୍ଗ। ପ୍ରସାଦ ପଟ୍ଟନାୟକ, ସମ୍ପାଦକ ପଦବୀରେ ତାରିଣୀ ଚରଣ ସାମନ୍ତରାୟ, ଯୁଗ୍ମ ସମ୍ପାଦକ ପଦବୀରେ ଦେବାନନ୍ଦ ବିଶ୍ବାସ ଓ ସ୍ଵପ୍ନାରାଣୀ ପାଣିଗ୍ରାହୀ, କୋଷାଧ୍ୟକ୍ଷ ପଦବୀରେ ଇଂ. ମନୋଜ କୁମାର ଦଣ୍ଡପାଟ ଓ ଏକମାତ୍ର କାର୍ଯ୍ୟନିର୍ବ।ହୀ ସଦସ୍ୟ ଭାବେ ତ୍ରିଲୋଚନ ପାଣିଗ୍ରାହୀଙ୍କ ନାମ ରହିଥିବା ସଂଘ ପକ୍ଷରୁ ନିଯୁକ୍ତ ନିର୍ବ।ଚନ ଅଧିକାରୀ ଡଃ ସତ୍ୟବ୍ରତ ପାତ୍ର ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ସଂଘର ଉପ ସଭାପତି ବିଜୟ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ରମଣୀ ରଂଜନ ମହାନ୍ତି ଯେଉମାନେ ନିର୍ବ।ଚନ ନେଇ ନୋଟିସ ପାଇବା ପରଠାରୁ ଏହାକୁ ବେନିୟମ ଦର୍ଶ।ଇ ଆପତ୍ତି ଉଠାଇଛନ୍ତି। ପୂର୍ବରୁ ଏନେଇ ସେମାନେ ଜିଲ୍ଲାପାଳ, ଓସିଏ ଏବଂ ଏସପିଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ୨୦୨୨ମସିହାରେ ସଂଘର ଏକ ନିର୍ବ।ଚିତ କମିଟି ଥିବାବେଳେ ୨୦୧୮ମସିହାର କମିଟି କେଉ ଆଧାରରେ ନିର୍ବ।ଚନ କରିବ ବୋଲି ପ୍ରଶ୍ନ କରି ଏହାକୁ ବେନିୟମ ଦର୍ଶ।ଇଛନ୍ତି। ଏଥିପାଇଁ ସେମାନେ ପୂର୍ବରୁ ଉଭୟ ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରିସାରିଛନ୍ତି। ସେହିଭଳି ୨୦୨୨ମସିହାରେ ସଂଘର ସାଧାରଣ ପରିଷଦ ବୈଠକରେ ପାରିତ ନୂତନ ୧୫ଜଣ ସଦସ୍ୟଙ୍କୁ ମଧ୍ୟ ଚଳିତ ନିର୍ବ।ଚନରୁ ବାଦ ଦିଆଯାଇଥିବା ଘଟଣାକୁ ନେଇ ଅସନ୍ତୋଷ ଲାଗିରହିଛି। ନାମାଙ୍କନ ପତ୍ର ଦାଖଲ ସମୟରେ ଅନେକ ପ୍ରାର୍ଥୀ ସଂଘ କାର୍ଯ୍ୟ।ଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିବା ଦୂରେ ଥାଉ ସେମାନେ ବ୍ରହ୍ମପୁରରେ ହିଁ ନଥିଲେ ବୋଲି ଅଭିଯୋଗ କରିଛନ୍ତି। ଏଣୁ ଏଭଳି ବେନିୟମ ନିର୍ବ।ଚନକୁ ସେମାନେ ବର୍ଜ୍ଜନ କରିବା ସହିତ ନ୍ୟାୟ ପାଇଁ ଅଦାଲତର ଆଶ୍ରୟ ନେବେ ବୋଲି ସ୍ପଷ୍ଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପ ସଭାପତି ବିଜୟ କୁମାର ପଟ୍ଟନାୟକଙ୍କ ସହିତ କୋଷାଧ୍ୟକ୍ଷ ରମଣୀ ରଂଜନ ମହାନ୍ତି, ପୂର୍ବ ଯୁଗ୍ମ ସମ୍ପାଦକ ଦେବବ୍ରତ ଦେବ, ଆଜୀବନ ସଦସ୍ୟ ବିମଳ ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ସେପଟେ ଆସନ୍ତା କାଲି ହେବାକୁ ଥିବା ସାଧାରଣ ପରିଷଦ ବୈଠକରେ କୋରମ ପାଇଁ ଆବଶ୍ୟକ ଦୁଇ ତୃତୀଆଂଶ ସଦସ୍ୟଙ୍କ ଉପସ୍ଥିତି ଯୋଗାଡ ହୋଇପାରୁଛି ଅଥବା ନାହିଁ ତାହା ଦେଖିବାକୁ ବାକି ରହିଲା।