
୩୦ ତାରିଖରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ
କୁକୁଡାଖଣ୍ଡି:୨୯/୦୫ (ବିଭୁନନ୍ଦନ ପଣ୍ଡା)
କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟରେ SIR କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ଉନ୍ନୟନ ଅଧିକାରୀ ଡ଼ା ପଲ୍ଲବୀ ସ୍ୱାଇଁ, ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ ସୁପ୍ରଭା ସାହୁ ଏବଂ ଡିପିଓ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରେ ନିଯୁକ୍ତି ପାଇଥିବା ବୁଥ ସ୍ତରୀୟ ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମର ରୂପରେଖା ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।ବୈଠକରେ ସୂଚନା ଦିଆଯାଇଥିଲା ଯେ, SIR କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ।କାର୍ଯ୍ୟକ୍ରମର ସଠିକ୍ ତଦାରଖ ଏବଂ ସୁଚାରୁ ପରିଚାଳନା ପାଇଁ ନିର୍ବାଚନୀ ପଞ୍ଜିକରଣ ଅଧିକାରୀଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ବୁଥ ସ୍ତରୀୟ ପ୍ରତିନିଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ,ଏଥିସହିତ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଫଳତାର ସହ ସମ୍ପନ୍ନ କରିବା ପାଇଁ ସମସ୍ତ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମନ୍ୱୟ ରକ୍ଷା କରି କାମ କରିବାକୁ ପରାମର୍ଶ ଦିଆଯାଇଥିଲା। ବୈଠକରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଚେତନତା,ନିୟମିତ ତଦାରଖ ଓ ଦାୟିତ୍ୱବୋଧ ସହ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
