ଛତ୍ରପୁର:୧୧.୦୫.୨୬(ବ୍ୟୁରୋ)ଅଖଣ୍ଡ ଆସ୍ଥାର ୧୦୦୦ ବର୍ଷ ଓ ସୋମନାଥ ମନ୍ଦିର ପୁନଃନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମଗ୍ର ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ “ସୋମନାଥ ସ୍ୱାଭିମାନ ପର୍ବ” ପାଳନ କରାଯାଇଛି ।ଏହି ଅବଲୋକନରେ ଗଞ୍ଜାମ ବ୍ଲକର କଣ୍ଟିଆଗଡ ସ୍ଥିତ ବଟେଶ୍ୱର ଶିବ ମନ୍ଦିରରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହେବା ସହ ଜଗତ କଲ୍ୟାଣ ପାଇଁ ସାମୂହିକ ପୂଜାର୍ଚ୍ଚନା ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା ।ଗୁଜୁରାଟର ସୋମନାଥ ମନ୍ଦିରର ଭବ୍ୟ ଓ ଦିବ୍ୟ ଉତ୍ସବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶରେ ଶାନ୍ତି ଓ ସମୃଦ୍ଧି ପାଇଁ କରାଯାଇଥିବା ପୂଜାର୍ଚ୍ଚନାକୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଭକ୍ତମାନେ ବଟେଶ୍ୱର ଶିବ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରୁ ଦେଖିଥିଲେ ।ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଗଞ୍ଜାମ ବ୍ଲକ୍ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଉପଜ଼ିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ବିଧାୟକଙ୍କ ପ୍ରତିନିଧି, ଗଞ୍ଜାମ ବ୍ଲକ, ମାନସ ନାହାକ, ଏବଂ ସ୍ଥାନୀୟ ଜନପ୍ରତିନିଧି, ଭକ୍ତ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।
