
ବ୍ରହ୍ମପୁର, ୮/୫/୨୦୨୬(ବ୍ୟୁରୋ)
ଗତ କିଛି ଦିନ ତଳେ ନୟାଗଡ ଜିଲ୍ଲାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡରୁ ହରିଶଙ୍କର ଦର୍ଶନ ପାଇଁ ଯାଉଥିବା ଯାତ୍ରୀମାନେ ମୃତ୍ୟୁ ଓ ଆହତ ହୋଇଥିବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏହି ଘଟଣା ପରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ତୁରନ୍ତ ପୀଡିତ ପରିବାରଙ୍କୁ ସକ୍ଷାତ କରି ସମବେଦନା ଜଣାଇଥିଲେ ଓ ସରକାରୀ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେଇଥିଲେ।ବିଧାୟକ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ମାଧ୍ୟମରେ ପୀଡିତମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରାଇଥିଲେ। ତାହାର ପରିଣାମ ସ୍ୱରୂପ, ଆଜି ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ କେ. ଅନିଲ କୁମାର ମୃତ ବ୍ୟକ୍ତିଙ୍କ ପରିବାର ପ୍ରତିଟିକୁ ୪ ଲକ୍ଷ ଟଙ୍କାର ଚେକ୍ ଓ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ବ୍ୟକ୍ତିଙ୍କ ପରିବାର ପ୍ରତିଟିକୁ ୧.୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ଅଶୋକ ଶୁକ୍ଳ,ସ୍ଥାନୀୟ ତହସିଲଦାର ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ପୀଡିତ ପରିବାରଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇବାକୁ କହିଥିଲେ।ଏହି ଅବସରରେ ଆର୍ଥିକ ସହାୟତା ପାଇଥିବା ପରିବାର ଲୋକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ସ୍ଥାନୀୟ ଅଞ୍ଚଳବାସୀମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ।

