NPS, ପଦୋନ୍ନତି, ବଦଳି ଓ HRMS ସମସ୍ୟା ସମାଧାନ ଦାବି

ବ୍ରହ୍ମପୁର, ୮/୫/୨୦୨୬:(ବ୍ୟୁରୋ)

ଆସନ୍ତା ୨୫ ଓ ୨୬ ମଇ ୨୦୨୬ ରେ ହେବାକୁ ଥିବା ବୁଲେଟିନ୍ ଅଧିବେଶନ ପୂର୍ବରୁ ଭାରତୀୟ ଷ୍ଟେଟବ୍ଯାଙ୍କ କର୍ମଚାରୀ ସଂଘ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରି କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଦୀର୍ଘଦିନ ଧରି ବିଭିନ୍ନ ଦାବି ଅପୂରଣୀୟ ଅବସ୍ଥାରେ ରହିଥିବାରୁ କର୍ମଚାରୀମାନେ ଅସନ୍ତୋଷରେ ଅଛନ୍ତି।ସଂଘର ଅଭିଯୋଗ ଅନୁଯାୟୀ, NPS ବ୍ୟବସ୍ଥାରେ ଅନେକ ଅସୁବିଧା ରହିଥିବା ସହିତ ପୁରୁଣା ପେନ୍ସନ୍ ବ୍ୟବସ୍ଥାକୁ ପୁନଃ ବିଚାର କରିବାକୁ ଦାବି ହୋଇଛି। ୨୦୧୯ ପରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ବଦଳି, ପଦୋନ୍ନତି ଓ ବେତନ ସମ୍ପର୍କିତ ଅନେକ ସମସ୍ୟା ରହିଥିବା ସଂଘ ଉଲ୍ଲେଖ କରିଛି।ସେହିପରି Inter-Circle Transfer ବ୍ୟବସ୍ଥାକୁ ସରଳ କରିବା, HRMS ରେ ତ୍ରୁଟି ସୁଧାର, PF ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ସମ୍ପର୍କରେ ସ୍ପଷ୍ଟତା ଆଣିବାକୁ ମଧ୍ୟ ଦାବି ହୋଇଛି। କର୍ମଚାରୀଙ୍କ ସମସ୍ତ ପ୍ରଶାସନିକ ଓ ଆର୍ଥିକ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସଂଘ ଦାବି କରିଛି।ସଂଘ ପକ୍ଷରୁ ୧୬ଟି ମୁଖ୍ୟ ଦାବି ତାଲିକା ଜାରି କରାଯାଇଥିବା ବେଳେ ସେଥିରେ ନିଯୁକ୍ତି, ବଦଳି, ପଦୋନ୍ନତି, NPS, PF, HRMS ଓ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟା ସମାଧାନ ଆଦି ରହିଛି।ଏହି ସମସ୍ତ ଦାବି ପୂରଣ ନ ହେଲେ ଚଳିତ ମାସ ୨୫ ଓ ୨୬ ତାରିଖରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।