
ଛତ୍ରପୁର:୮/୦୫ (କ୍ଷୀରୋଦ ସାହୁ) ଗଞ୍ଜାମ ସହର ସ୍ଥିତ ଇନ୍ଡୋର୍ ଷ୍ଟାଡିୟମରେ ଆଜି ୭ମ ଓ୍ବାକୋ ଓଡ଼ିଶା ଷ୍ଟେଟ୍ କିକ୍ ବକ୍ସିଂ ଚାମ୍ପିୟନଶିପ୍ ଉଦଘାଟନ ହୋଇଯାଇଛି । ଆମେଚର ଗଞ୍ଜାମ ଜିଲା କିକ୍ ବକ୍ସିଂ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି l ସମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ ଚନ୍ଦ୍ର ସେଠି, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ l ଏହି ବୃହତ କ୍ରୀଡ଼ା ମହାକୁମ୍ଭରେ ରାଜ୍ୟର ୨୪ ଟି ଜିଲ୍ଲାରୁ ୫୬୦ ଜଣ ପ୍ରତିଯୋଗୀ ଏବଂ ୭୦ ଜଣ ଅଫିସିଆଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସୋସିଏଶନ୍ର ରାଜ୍ୟ ଯୁଗ୍ମ ସମ୍ପାଦକ ରଞ୍ଜନ ସୂତାର, ଅର୍ଗାନାଇଜିଙ୍ଗ ସମ୍ପାଦକ କୃଷ୍ଣଚନ୍ଦ୍ର ଡାକୁଆ, ଏବଂ ଜିଲା ସମ୍ପାଦକ ପ୍ରମୋଦ କୁମାର ଆପତେଙ୍କ ସମେତ ଆଦିତ୍ୟ ମହାପାତ୍ର, ସରୋଜ ଦାସ, ପ୍ରଶାନ୍ତ ବୈଠାରୁ ,ଭଗବାନ ପ୍ରଧାନ, ଶଙ୍କର ସ୍ବାଇଁ, ରାକେଶ ଦାସ ଓ ଆଶୁତୋଷ ଦାସ ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଛନ୍ତି l ଏହି ପ୍ରତିଯୋଗିତାରେ ୭ ବର୍ଷରୁ ଊର୍ଦ୍ଧ୍ୱ ବୟସର ଖେଳାଳିମାନେ ଭାଗ ନେଉଥିବା ବେଳେ କୃତୀ ପ୍ରତିଯୋଗୀମାନଙ୍କୁ ମେଡାଲ ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯିବ। ଜୁନିଅର, ସବ ଜୁନିୟର ଓ ସିନିୟର୍ ବର୍ଗରେ ଖେଳାଳି ଚୟନ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚାମ୍ପିୟନଶିପ୍ରେ ଉନ୍ନତ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଖେଳାଳିମାନଙ୍କୁ ଜାତୀୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତା ପାଇଁ ଚୟନ କରାଯିବ। ଖେଳାଳିମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ସହର ଏହି ତିନି ଦିନିଆ ରାଜ୍ୟ ସ୍ତରୀୟ ଇଭେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
